ARTICLE AD BOX
ବରୀ (ସଂଜୟ କୁମାର ବେହେରା): ଯାଜପୁରଜିଲ୍ଲା ବରୀ ବରୁହାଁ ରାସ୍ତାରୁ ନେଉଳା ଛକଠାରୁ ରଂପା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଆଜି ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ପୋଲ ଉପରୁ ପାଣିଭିତରକୁ ଦ୍ରୁତଗାମୀ କାରଟି ଖସିପଡ଼ିଛି। ପୋଲ ଉପରେ ମାଛ ଧରିବାକୁ ଉପସ୍ଥିତ ଥିବା ଜାଲିଆଙ୍କ ପାଇଁ କାରରେ ଥିବା ଥିବା ୬ଜଣଙ୍କ ଜୀବନ ବଞ୍ଚିଯାଇଛି। ସେଥିମଧ୍ୟରେ ଜଣେ ଶିଶୁ ମଧ୍ୟ ଥିଲା। ଉପସ୍ଥିତ ଲୋକଙ୍କ ଉପସ୍ଥିତ ବୁଦ୍ଧି ଓ ସାହସ ପାଇଁ ସୁରକ୍ଷିତ ଭାବେ ଲୋକମାନଙ୍କୁ ଉଦ୍ଧାର କରାଯାଇଛି।
କୁଆଖଆ ଅଞ୍ଚଳରୁ କାର୍ (ଓଡି ୩୩ଏକ୍ୟୁ ୪୬୫୭)ରେ ଜଣେ ଶିଶୁ ସମେତ ୬ଜଣ ରଂପା ଗ୍ରାମରେ ଥିବା ତାଙ୍କର ବନ୍ଧୁ ଘରକୁ ଯାଉଥିଲେ। ଚାଳକ ଭାରଶାମ୍ୟ ହରାଇବାରୁ ଢଳାଇ ତଳକୁ କାର ଚକ ଖସିଯାଇଥିଲା। ଫଳରେ ପାଣିଭିତରକୁ ଓଲଟି ପଡିଥିଲା। ଲୋକମାନେ ଦୌଡ଼ିଯାଇ କାରର ଗୋଟିଏ ପଟକୁ ଟେକି ଧରିବା ସହିତ ଅନ୍ୟପଟ କାଚ ଓ ଡୋରକୁ ଭାଙ୍ଗି ଲୋକମାନଙ୍କୁ ଉଦ୍ଧାର କରିଛନ୍ତି।
Accident: ପାର୍କିଂ ହୋଇଥିବା ଟ୍ରକ୍ ଉପରକୁ ମାଡ଼ିଗଲା ଦ୍ରୁତଗାମୀ କାର୍, ୫ ମୃତ
ଏଠାରେ ନଦୀ ଉପରେ ଆଉ ଏକ ନୂତନ ପୋଲ ନିର୍ମାଣ କରାଯାଇଛି ମାତ୍ର ଆପ୍ରୋଚ ରାସ୍ତା ସଂପୂର୍ଣ୍ଣ ହୋଇ ନଥିବାରୁ ପୁରୁଣା ପୋଲ ଉପରେ କାରଟି ଯାଥିଲା।

1 hour ago
1

