ARTICLE AD BOX
ଛତ୍ରପୁର: ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ କାଳୀପଲ୍ଲୀ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ସ୍ୱାଗତିକା ମାଝୀ ଓ ପୋଡ଼ାପଦର ଆୟୁଷ୍ମାନ ସ୍ୱାସ୍ଥ୍ୟଆରୋଗ୍ୟ କେନ୍ଦ୍ରର ରଶ୍ମିତା ସାହୁ।
ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ
ନୋଳିଆନୂଆଗାଁରେ ଚାଲିଥିବା ସେକ୍ଟର ମିଟିଂରେ ଯୋଗଦେବାକୁ ଉଭୟେ ସ୍କୁଟିରେ ଯାଉଥିବା ବେଳେ ଅଗସ୍ତି ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ନୋଳିଆନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ଖବର ପାଇ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡା. ସ୍ୱାଧୀନ କୁମାର ରଥ ଓ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଚିକିତ୍ସାଳୟରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ସେହିପରି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଉଭୟଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
Flood: ଭଦ୍ରକରେ ପୁଣି ବନ୍ୟା ଆତଙ୍କ: ସାଳନ୍ଦୀ ନଦୀରେ ୨୦ ଫୁଟ୍ର ଘାଇ, ଗାଁ ମୁହାଁ ବନ୍ୟାଜଳ

1 day ago
2


