ARTICLE AD BOX
ଗତକାଲି ରାୟଗଡାର ଗୁମ୍ମା ଘାଟିରେ ଦୁର୍ଘଟଣା ହୋଇ ପାଞ୍ଚ ଘଣ୍ଟା ଜାମ ହୋଇଥିଲାବେଳେ ଆଜି ପୁଣି ୮ ଘଣ୍ଟା ଧରି ଜାମ ହେବା ଯୋଗୁଁ ଜାତୀୟ ରାଜପଥ ରେ ଯାଉଥିବା ଯାତ୍ରୀ ଓ ପଣ୍ୟବାହି ଯାନବାହାନର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି I
/sambad/media/media_files/2026/09/04/accident-2026-09-04-08-48-31.jpeg)
ରାୟଗଡା: ଗତକାଲି ରାୟଗଡାର ଗୁମ୍ମା ଘାଟିରେ ଦୁର୍ଘଟଣା ହୋଇ ପାଞ୍ଚ ଘଣ୍ଟା ଜାମ ହୋଇଥିଲାବେଳେ ଆଜି ପୁଣି ୮ ଘଣ୍ଟା ଧରି ଜାମ ହେବା ଯୋଗୁଁ ଜାତୀୟ ରାଜପଥ ରେ ଯାଉଥିବା ଯାତ୍ରୀ ଓ ପଣ୍ୟବାହି ଯାନବାହାନର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି I ସୂଚନାରୁ ଜଣାପଡିଛି ରାୟଗଡା ସଦର ବ୍ଲକ ଗୁମ୍ମା ଅଂଚଳର ଘାଟି ନିକଟରେ ଯାନ୍ତ୍ରିକ ତ୍ରୁଟି ହୋଇ ଗୋଟିଏ ଟ୍ରକ ଅଟକିଥିଲା I ସେହି ଟ୍ରକକୁ ଗୁମ୍ମା ଘାଟି ବୁଲାଣିରେ ଅନ୍ୟ ଏକ ଟ୍ୟାଙ୍କର ଧକା ମାରିବା ଯୋଗୁଁ ମଧ୍ୟରାତ୍ରିରୁ ସମ୍ପୂର୍ଣ୍ଣ ରାସ୍ତା ଜାମ ହୋଇଛି I ଫଳରେ ଜାତୀୟ ରାଜପଥ ୩୨୬ ଦୀର୍ଘ ୮ ଘଣ୍ଟା ଧରି ଅବରୋଧ ହୋଇଅଛି I
ଆହୁରି ପଢନ୍ତୁ: Life mantra: ଜୀବନ-ମନ୍ତ୍ର: ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ରାୟଗଡା ଠାରୁ କାଶିପୁର ଏବଂ କୋରାପୁଟ ଜିଲ୍ଲାକୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ୩୨୬ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଶହ ଶହ ୪ଚକିଆ ଯାନବାହାନ ଅଟକି ରହିଛି । ବସ ଏବଂ ଅନ୍ୟାନ୍ୟ ଯାନବାହାନରେ ଯାତ୍ରା କରୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାୟଗଡା ପୁଲିସ ଓ କୁମ୍ବିକୋଟା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଗୁମା ଘାଟିର ଏକ ନିର୍ଦ୍ଦିଷ୍ଟ ବୁଲାଣିରେ ଭାରୀ ଯାନବାହାନ ଗୁଡିକ ରାସ୍ତା ଖରାପ ଯୋଗୁଁ ଅତିକ୍ରମ କରିନପାରି ବାରମ୍ବାର ଦୁର୍ଘଟଣା ଘଟୁଛି ଓ ରାସ୍ତା ଅବରୋଧ ହେଉଛି । ଏହି ବୁଲାଣିକୁ ପ୍ରସସ୍ତ କରିବା ସହ ରାସ୍ତା ମରାମତି ନେଇ ପଦକ୍ଷେପ ଗ୍ରହଣ କରିବାକୁ ବାରମ୍ବାର ଦାବି ସତ୍ତ୍ୱେ ଜାତୀୟ ରାଜପଥ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


