ARTICLE AD BOX
ମୁକୁନ୍ଦପୁର: ରାୟଗଡ଼ାଜିଲ୍ଲା କୋଲନରା ବ୍ଲକ ୩୨୬ ନମ୍ବର ଜାତୀୟ ରାଜପଥର ଲିଙ୍ଗାଗୁଡା-ହରୁଗୁଡା ମଝିରେ ଥିବା ଏକ ହମ୍ସ ନିକଟରେ ଯାତ୍ରୀବାହୀ ବସ ଏକ ଆଟିଗା କାରକୁ ପଛପଟୁ ଧକ୍କା ଦେବାରୁ ୩ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ୩ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ବେଳେ (ଓଡି ୦୨ ଡିଏଲ୍ ୨୫୩୫) ନମ୍ବର ବିଶିଷ୍ଟ ଆଟିଗା କାରଟି ଭୁବନେଶ୍ୱର ଠାରୁ ସିମିଳିଗୁଡା ଅଭିମୁଖେ ଯାଉଥିବା ବେଳେ କଟକ ଠାରୁ ମାଛକୁଣ୍ଡ୍ ଅଭିମୁଖେ ଯାଉଥିବା (ଓଡ଼ି ୦୨ ବିୟୁ ୩୯୮୭) ନମ୍ବର ବିଶିଷ୍ଟ ଯାତ୍ରୀବାହୀ ବସଟି କାରଟିକୁ ହଠାତ୍ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ କାରଟିର ପଛ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାରରେ ଥିବା ୭ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ।
Attack: ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ବିରୋଧ କରି ହିଂସା ଓ ପଥର ମାଡ଼
ଅନ୍ୟପଟେ କାରଟିକୁ ଧକ୍କା ଦେଇ ବସ୍ଟି ରାସ୍ତାକଡ଼ରେ ଥିବା ଏକ ବୁଦା ନିକଟରେ ଅଟକି ଯାଇଛି। ଫଳରେ ବସରେ ଥିବା ୧୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିଲେ। ତେବେ ମୁକୁନ୍ଦପୁର ଗ୍ରାମର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଉମାଶଙ୍କର ତ୍ରିପାଠୀ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ବସ୍ ଟି କାରଟିକୁ ପଛପଟୁ ଧକ୍କା କିପରି ଦେଲା, ସେନେଇ ପୁଲିସ ପକ୍ଷରୁ ତଥ୍ୟ ସଂଗ୍ରହ କରାଯାଉଛି।

1 week ago
4


