Accident: ଆସାମର ଦିଗାରୁରେ ଟ୍ରେନ୍ ଦୁର୍ଘଟଣା: କୋଲକାତା-ସାଇରଙ୍ଗ ଏକ୍ସପ୍ରେସର ୬ କୋଚ୍ ଲାଇନଚ୍ୟୁତ

1 day ago 2
ARTICLE AD BOX

ଗୁଆହାଟି:ଆସାମର କାମରୂପ ଜିଲ୍ଲାର ଦିଗାରୁ ରେଳ ଷ୍ଟେସନରେ କୋଲକାତା-ସାଇରଙ୍ଗ ଏକ୍ସପ୍ରେସର ୬ କୋଚ୍ ଲାଇନଚ୍ୟୁତ ହୋଇଛି। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) କପିଞ୍ଜଲ କିଶୋର ଶର୍ମା କହିଛନ୍ତି ଯେ, ଏପର୍ଯ୍ୟନ୍ତ ଦୁର୍ଘଟଣାରେ କୌଣସି ମୃତାହତଙ୍କ ରିପୋର୍ଟ ମିଳି ନାହିଁ।

ଶର୍ମା କହିଛନ୍ତି, ବୁଧବାର ସକାଳ ପ୍ରାୟ ୬ଟା ୫୪ ସମୟରେ କୋଲକାତା-ସାଇରଙ୍ଗ ଏକ୍ସପ୍ରେସର କୋଚ୍ ଦିଗାରୁ ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି। ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି। ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

କିଛି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ
ଘଟଣାସ୍ଥଳକୁ ରେଳବାଇ ଏକ ରିଲିଫ୍ ଟ୍ରେନ୍ ପଠାଇଛି। ଦୁର୍ଘଟଣାର କାରଣ ବର୍ତ୍ତମାନ ଅସ୍ପଷ୍ଟ। ରେଳବାଇର ତଦନ୍ତକାରୀ ଦଳଗୁଡ଼ିକ ଘଟଣାସ୍ଥଳରେ ପରିସ୍ଥିତିର ଯାଞ୍ଚ୍ କରୁଛନ୍ତି, ଏବଂ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ ଜାରି ରହିଛି। ଦିଗାରୁ ନିକଟରେ ଦୁର୍ଘଟଣା ଯୋଗୁଁ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଏହି ରୁଟ୍‌ରେ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ବେଳେ କିଛି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି।

Train accident: ସ୍ପେନ୍‌ ଟ୍ରେନ୍ ଦୁର୍ଘଟଣାରେ ମୃତ ୬୯ ଜଣଙ୍କ ରାଜକୀୟ ଅନ୍ତିମ ସଂସ୍କାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.