Aamir khan: ଅଭିନେତା ଆମିର୍‌ ଖାନ୍‌ଙ୍କୁ ହତ୍ୟା କଲେ ୫ କୋଟି ପୁରସ୍କାର ଘୋଷଣା କଲେ ପରମହଂସ ଆଚାର୍ଯ୍ୟ

12 hours ago 1
ARTICLE AD BOX

ଅଯୋଧ୍ୟା: ଅଭିନେତା ଆମିର୍‌ ଖାନ୍‌ଙ୍କୁ ହତ୍ୟା କଲେ ୫ କୋଟି ପୁରସ୍କାର ଘୋଷଣା କଲେ ପରମହଂସ ଆଚାର୍ଯ୍ୟସାଧୁଙ୍କ ଭିଡିଓ ଭାଇରାଲ ହେବା ପରେ ଆମିର୍‌ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ଦେଖାଯାଇଛି। ଅଯୋଧ୍ୟାରେ ବିଶିଷ୍ଟ ତାପସ୍ୱୀ ଛୱାନୀର ପୀଠଧେଶ୍ୱର ଜଗଦଗୁରୁ ପରମହଂସ ଆଚାର୍ଯ୍ୟବଲିଉଡର ସୁପରଷ୍ଟାର ଆମିର ଖାନଙ୍କୁ ଟାର୍ଗେଟ କରି ଏକ ଚକିତ ତଥା ବିବାଦୀୟ ବିବୃତି ଜାରି କରିବା ପରେ ବଡ଼ ବିବାଦ ଉପୁଜିଛି। ଆମିର୍‌ ଖାନ୍‌ ତୃତୀୟ ଥର ପାଇଁ ଗୌରୀ ସ୍ରାପ୍ଟଙ୍କୁ ବିବାହ କରିବାକୁ ନେଇ ଏହି ବିବାଦ ଦେଖାଯାଇଛି।

ଆହୁରି ପଢନ୍ତୁ:Delhi HC: ସୋନମ ୱାଙ୍ଗଚୁକ୍‌ଙ୍କ ଅନଶନ: ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପଦକ୍ଷେପ ନେବେ ବୋଲି କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

 ଆମିର୍‌ ଜାଣିଶୁଣି ହିନ୍ଦୁ ଝିଅମାନଙ୍କୁ ବିବାହ କରୁଛନ୍ତି। ସେ ‘ଲଭ୍‌ ଜିହାଦ’ର ବ୍ରାଣ୍ଡ ଆମ୍ବାସଡର ବୋଲି କହି ମହାରାଷ୍ଟ୍ରର ମନ୍ତ୍ରୀ ନି‌ତେଶ ରାଣେ ଏହାପୂର୍ବରୁ ବିବାଦ ସୃଷ୍ଟି କରିଥିଲେ। ପରମହଂସ ଆଚାର୍ଯ୍ୟ ଆମିରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଆମିର୍‌ ଉଦ୍ଦେଶ୍ୟମୂଳକ ଭାବରେ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି। ଆମିର୍‌ ତିନିଥର ବିବାହ କରିଛନ୍ତି ଓ ତାହା ପୁଣି ହିନ୍ଦୁ ଭଉଣୀ ଓ ଝିଅଙ୍କୁ। ଜୀବନର ଏହି ସମୟରେ ଆମିର୍‌ ଖାନ୍‌ କେବଳ ଲଭ୍‌ ଜିହାଦକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ପରମହଂସ ଆଚାର୍ଯ୍ୟ କହିଛନ୍ତି।

ଆହୁରି ପଢନ୍ତୁ:Rath Yatra 2026 Live Update: ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା କଲେ ଗଜପତି

ଏକ ଭିଡିଓ ବିବୃତିରେ ସେ ଆମିରଙ୍କୁ ହତ୍ୟା କରିବାକୁ ଆହ୍ବାନ ଦେଇଛନ୍ତି। ଆମିରଙ୍କୁ ଯେକୌଣସି ବ୍ୟକ୍ତି ହତ୍ୟା କଲେ ତାଙ୍କ ପାଇଁ ୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଓ ଅପରାଧୀଙ୍କ ପାଇଁ ପରବର୍ତ୍ତୀ ସମସ୍ତ ଆଇନଗତ ଖର୍ଚ୍ଚ ବହନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅଜବ ଓ ଆଶ୍ଚର୍ଯ୍ୟଜନକ ଦାବି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ଆଇନ ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ,ଏପରି ବିବୃତି ହିଂସା ବୃଦ୍ଧି କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.