ARTICLE AD BOX
ସୁଇଜର୍ଲ୍ୟାଣ୍ଡ୍ର ଇଟିଏଚ୍ ଜୁରିଚ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ଏମିତି ଏକ ରୋବୋଟିକ୍ ହାତ ତିଆରି କରିଛନ୍ତି, ଯାହା କେବଳ ଜିନିଷ ଧରିବା କିମ୍ବା ଉଠାଇବା ନୁହେଁ, ନିଜ ପାଞ୍ଚଟି ଆଙ୍ଗୁଳିକୁ ‘ଗୋଡ଼’ ଭଳି ବ୍ୟବହାର କରି ନିଜେ ଚାଲିପାରୁଛି।
India Book of Records ସର୍ବବୃହତ କାବ୍ୟ-ଉପନ୍ୟାସ ଲେଖି ‘ଇଣ୍ଡିଆ ବୁକ ରେକର୍ଡ୍ସରେ ଶିଶୁ ସାହିତ୍ୟିକା ଆନନ୍ଦିତା
ଏହାର ପାଞ୍ଚଟି ଆଙ୍ଗୁଳିରେ ମୋଟ ୨୦ଟି ସକ୍ରିୟ ଜଏଣ୍ଟ୍ ବା ଗଣ୍ଠି ରହିଛି। ମୋଟାମୋଟି ୮୧୮ ଗ୍ରାମ୍ ଓଜନର ଏହି ଛୋଟ ରୋବଟ୍ରେ ବ୍ୟାଟେରି ଓ କମ୍ପ୍ୟୁଟର ଖଞ୍ଜା ହୋଇଛି। ଫଳରେ ବାହ୍ୟ ଯନ୍ତ୍ର ଉପରେ ନିର୍ଭର ନକରି ଏହା ସ୍ବୟଂଚାଳିତ ଭାବେ ଗତି କରିପାରେ।
ବିଶେଷ କଥା ହେଉଛି, ଏହି ‘ହାତ’କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଏକ ପ୍ରଣାଳୀ ‘ରିଇନ୍ଫୋର୍ସମେଣ୍ଟ ଲର୍ଣ୍ଣିଂ’ ମାଧ୍ୟମରେ ଚାଲିବାର ପ୍ରଶିକ୍ଷଣ ଦିଆଯାଇଛି। ପରୀକ୍ଷା ସମୟରେ ଏହା ଟାଇଲ୍, ବାଲିଗୋଡ଼ି ଭଳି ୧୪ ପ୍ରକାର ଭୂଇଁ ଉପରେ ଚାଲିବାରେ ସଫଳ ହୋଇଛି। ପଡ଼ିଯିବା ପରେ ନିଜେ ଠିଆ ହେବା ଏବଂ ଆଙ୍ଗୁଠିରେ କିବୋର୍ଡର ସୁଇଚ୍ ଟିପିବା ଭଳି ସୂକ୍ଷ୍ମ କାମ ମଧ୍ୟ କରିପାରୁଛି।
ଗବେଷକମାନଙ୍କ ଲକ୍ଷ୍ୟ କେବଳ ‘ଚଳନ୍ତା ହାତ’ ତିଆରି କରିବା ନୁହେଁ। ମଣିଷ ଯେଉଁଠିକୁ ଯିବା କଷ୍ଟକର, ସେଭଳି ସ୍ଥାନକୁ ଯାଇ ଖୋଜାଖୋଜି କରିବା, ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ଭଳି କାମ ଏହି ରୋବଟ୍ ଭବିଷ୍ୟତରେ ସମ୍ପାଦନ କରିପାରିବ।

1 hour ago
2


