4 kg of gold recovered: ସର୍ଚ୍ଚ ଅପରେସନ୍‌ରୁ ମିଳିଲା ୪ କିଲୋ ସୁନା, ୨୪ ଲକ୍ଷ ଟଙ୍କା: ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ

2 hours ago 1
ARTICLE AD BOX

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର୍‌ କରିଛନ୍ତି ସୁରକ୍ଷା ବାହିନୀ। ଭୈରମଗଡ଼ ଥାନା ଅନ୍ତର୍ଗତ ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେସନ୍‌ କରୁଥିବା ବେଳେ ମାଓବାଦୀ ମାଟିତଳେ ଲୁଚାଇ ରଖିଥିବା ୩.୮୪ କିଲୋ ସୁନା ଓ ୨୪ ଲକ୍ଷ ୨୨ ହଜାର ୫୦୦ ଟଙ୍କା ଜବତ କରାଯାଇଛି। ଜବତ ସୁନା ଓ ଟଙ୍କାର ମୋଟ ମୂଲ୍ୟ ୪ କୋଟି ୫୩ ଲକ୍ଷ ଟଙ୍କା ହେବ। ସୂଚନା ଅନୁଯାୟୀ, ଭୈରମଗଡ଼ ଥାନା ଅଞ୍ଚଳର ଇନ୍ଦ୍ରାବତୀ ନଦୀ ନିକଟସ୍ଥ ଜଙ୍ଗଲରେ ମାଓବାଦୀଙ୍କ ଡମ୍ପ୍‌ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ପୁଲିସ ଅଧୀକ୍ଷକ ଉମେଶ ପ୍ରସାଦ ଗୁପ୍ତାଙ୍କ ମାର୍ଗଦର୍ଶନ ଏବଂ ଅତିରିକ୍ତ ପୁଲିସ ଅଧୀକ୍ଷକ (ଅପରେସନ୍) ରବୀନ୍ଦ୍ର କୁମାର ମିଣାଙ୍କ ନେତୃତ୍ୱରେ ଡିଆର୍‌ଜି, ଭୈରମଗଡ଼ ଥାନା ପୁଲିସ ଓ ବିଡିଏସ୍‌ର ମିଳିତ ଟିମ୍ ଜଙ୍ଗଲରେ ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ। 

Demand: ବାଇପାସ୍ ରାସ୍ତା ନିର୍ମାଣ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ଏହି ସମୟରେ ମାଟିତଳେ ପୋତାଯାଇଥିବା ଏକ ଷ୍ଟିଲ୍ ଡବା ଉଦ୍ଧାର ହୋଇଥିଲା। ଉକ୍ତ ଡବା ଭିତରୁ ୩୩ଟି ସୁନା ବିସ୍କୁଟ୍ ମିଳିଥିଲା। ଏହାର ମୋଟ ଓଜନ ୩.୮୪ କିଲୋଗ୍ରାମ। ଉଦ୍ଧାର ସୁନାର ଆନୁମାନିକ ମୂଲ୍ୟ ୪ କୋଟି ୨୯ ଲକ୍ଷ ଟଙ୍କା। ଏହା ସହିତ ୨୪ଲକ୍ଷ ୨୨ହଜାର ୫୦୦ ଟଙ୍କାର ୫୦୦ ଟଙ୍କିଆ ନୋଟ୍‌ ଜବତ କରାଯାଇଛି। ଏହା ପୁଲିସ ପାଇଁ ବଡ଼ ସଫଳତା ହୋଇଥିବା ବେଳେ ମାଓବାଦୀଙ୍କ ଆର୍ଥିକ ନେଟୱର୍କ ଉପରେ ବଡ଼ ଆଘାତ।  ବିଜାପୁର ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୧୨.୩୪ କିଲୋ ସୁନା ଏବଂ ୮କୋଟି ୨୪ଲକ୍ଷ ୩୩ହଜାର ୩୦୦ ଟଙ୍କା ନଗଦ ଜବତ କରାଯାଇଛି।

Cuttack Bali Jatra: ବାଲିଯାତ୍ରାରେ ରୁମାସିଜ୍ ଅଏଲ୍ ଷ୍ଟଲ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.