ARTICLE AD BOX
ଭୁବନେଶ୍ୱର: ପୁରୀରେ କାର୍ତ୍ତିକ ମାସ ହବିଷ୍ୟାଳୀ ବ୍ରତପାଇଁ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩.୩୦ କୋଟି ଟଙ୍କା ଅନୁମୋଦିତ ହୋଇଛି।
ଆଜିଠୁ କାର୍ତ୍ତିକ ବ୍ରତ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର: ଶିବିରରେ ପହଞ୍ଚିଲେ ହବିଷିଆଳି
କାର୍ତ୍ତିକ ମାସ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ହବିଷ୍ୟାଳୀ ମା' ମାନେ ଏକତ୍ରିତ ହୋଇଛନ୍ତି। ହବିଷ୍ୟାଳୀ ମା'ମାନଙ୍କ ପାଇଁ ଦୀର୍ଘ ଏକ ମାସ ଧରି ପୁରୀର ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ରହଣି ବ୍ୟବସ୍ଥା, ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ, କୀର୍ତ୍ତନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।
କାର୍ତ୍ତିକ ବ୍ରତ ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି: ଏହି ଦ୍ବାର ଦେଇ ପ୍ରବେଶ କରିବେ ଭକ୍ତ
କାର୍ତ୍ତିକ ମାସରେ ପୁରୀରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ୁଥିବାରୁ ହବିଷ୍ୟାଳି ମା'' ମାନେ ଯେପରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ସେଥିପାଇଁ ଗାଡ଼ି ବ୍ୟବସ୍ଥା କରିବା ସହ ସ୍ବେଚ୍ଛାସେବୀ ମୁତୟନ କରିବା, ଶୃଙ୍ଖଳା ରକ୍ଷା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ ଏବଂ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି।

45 minutes ago
3


