100% tariff: ଭାରତ ମୁଣ୍ଡରେ ଝୁଲିଲା ୧୦୦% ଶୁଳ୍କ ଖଣ୍ଡା

1 week ago 5
ARTICLE AD BOX

ୱାସିଂଟନ; ରୁଷ୍‌ ଠାରୁ ଅଧିକ ତେଲ ଓ ଗ୍ୟାସ କିଣି ସେ ଦେଶକୁ ଯୁଦ୍ଧ ପାଇଁ ପରୋକ୍ଷରେ ରାଜସ୍ବ ଯୋଗାଉଥିବା ଦେଶଗୁଡ଼ିକ ଉପରେ ପଦକ୍ଷେପ ନେବା ଲାଗି ଆମେରିକା କଂଗ୍ରେସରେ ଗୃହୀତ ‘ଲିଣ୍ଡସେ ଓ. ଗ୍ରାହମ ସାଙ୍କସନିଂ ରୁଷ୍‌ ଆଣ୍ଡ୍‌ ଇରାନ ବିଲ୍‌-୨୦୨୬’ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋହର ମାରିଛନ୍ତି। ଏହା ଫଳରେ ଭାରତ ଓ ଚୀନ ସମେତ ଅନ୍ୟାନ୍ୟ ଦେଶ ଉପରେ ଆମେରିକାର ୧୦୦ ପ୍ରତିଶତ ଶୁଳ୍କ ଖଣ୍ଡା ଝୁଲିବା ଆରମ୍ଭ ହୋଇଯାଇଛି। ଉକ୍ତ ବିଲ୍‌ରେ ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ଦସ୍ତଖତ କରିଛନ୍ତି। ନୂଆ ଆଇନରେ ରୁଷ୍‌ରୁ ସବୁଠୁ ଅଧିକ ଅଶୋଧିତ ତେଲ ଓ ଗ୍ୟାସ କିଣୁଥିବା ୫ଟି ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା କ୍ଷମତା ରା‌ଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି। ଏଥିସହିତ ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଜାଣିଶୁଣି ରୁଷ୍‌ଠାରୁ ତେଲ ଓ ଗ୍ୟାସ କିଣୁଥିବା ଦେଶଗୁଡ଼ିକ ମଧ୍ୟ ଏ ପ୍ରକାର ଟିକସ ପରିସରକୁ ଆସିବେ।  

Education: ସେପ୍ଟେମ୍ବର ୨୨ରେ ଓଡ଼ିଶା ସ୍କିଲ୍ସ ୨୦୨୬–୨୭ ପାଇଁ ପଞ୍ଜୀକରଣର ଶେଷ ତାରିଖ

ଉଲ୍ଲେଖଯୋଗ୍ୟ, ରୁଷ୍‌ଠାରୁ ଭାରତ ଓ ଚୀନ ସଂପ୍ରତି ସବୁଠୁ ଅଧିକ ଅଶୋଧିତ ତେଲ କିଣୁଥିବାରୁ ସେମାନଙ୍କ ପାଇଁ ୧୦୦ ପ୍ରତିଶତ ଶୁଳ୍କ ବିପଦ ଅଧିକ ରହିଛି। ତେବେ ଆଇନରେ କେଉଁ ଦେଶ ଉପରେ ଶୁଳ୍କ ଲାଗିବ ତାହା ଉଲ୍ଲେଖ ନାହିଁ। ତେଣୁ ଭାରତ ଉପରେ କେତେ ପ୍ରତିଶତ ଶୁଳ୍କ ଲାଗିବ ତାହା ରାଷ୍ଟ୍ରପତିଙ୍କ ଉପରେ ନିର୍ଭର କରିବ। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଯେଉଁସବୁ ଦେଶ ପ୍ରଭାବିତ ହେବା ଆଶଙ୍କା ରହିଛି ସେମାନେ ହେଲେ ଭାରତ, ଚୀନ, ବ୍ରାଜିଲ, ଜାପାନ ଓ ୟୁରୋପୀୟ ସଂଘର କେତେକ ସଦସ୍ୟ। 

ଆମେରିକା ଭାରତ ଉପରେ ନୂଆ ଶୁଳ୍କ ଲଗାଇଲେ ‌ଏହା ଦୁଇ ଦେଶର ବାଣିଜ୍ୟିକ ସମ୍ପର୍କକୁ ବିଗାଡ଼ିବ। ପୂର୍ବରୁ ଭାରତ ଏ ନେଇ ମଧ୍ୟ ସ୍ପଷ୍ଟ କରିସାରିଛି। ସୁଲଭ ମୂଲ୍ୟର ଅଶୋଧିତ ତେଲ କିଣି ଦେଶର ଶକ୍ତି ସୁରକ୍ଷାକୁ ଭାରତ ଅଗ୍ରାଧିକାର ଦେବ ବୋଲି କହିସାରିଛି। ଚଳିତବର୍ଷ ଅଗଷ୍ଟ ୭ ତାରିଖରେ ଏହି ବିଲ୍‌କୁ ଆମେରିକାର ସିନେଟ୍‌ ୮୬-୧୧ ଭୋଟରେ ଗୃହୀତ କରିଥିଲା ବେଳେ ଗତ ବୁଧବାର ଏହି ବିଲ୍‌କୁ ଆମେରିକାର ପ୍ରତିନିଧି ସଭା ୨୬୨-୧୫୯ ଭୋଟରେ ଗୃହୀତ କରିଛି। ପୂର୍ବତନ ରିପବ୍ଲିକାନ ସିନେଟର୍‌ ସ୍ବଗର୍ତ ଲିଣ୍ଡସେ ଗ୍ରାହାମ ଏ ପ୍ରକାର ଆଇନ ପାଇଁ ଦୃଢ଼ ଦାବି କରି ଆସୁଥିବାରୁ ତାଙ୍କ ନାମ ଅନୁସାରେ ଆଇନର ନାମ ରଖାଯାଇଛି।  

Rescue: ୨ ମା’ଛେଉଣ୍ଡ ଛୁଆଙ୍କୁ ବିକିଦେଲେ ୨ ବାପା; ସାହୁକାର ଘରୁ ଖସିଆସି ୨୦ କିମି ଚାଲିଲେ

ରୁଷ୍‌-ୟୁକ୍ରେନ ଯୁଦ୍ଧ ପୂର୍ବରୁ ଭାରତ ରୁଷ୍‌ରୁ ୧୫ ପ୍ରତିଶତରୁ କମ୍‌ ତେଲ ଆଣୁଥିଲାବେଳେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ୫୫ ପ୍ରତିଶତରୁ ଅଧିକ ତେଲ କିଣୁଥିଲା। କିନ୍ତୁ ୟୁକ୍ରେନ ଯୁଦ୍ଧ ପରେ ରୁଷରୁ ଭାରତର ତେଲ କ୍ରୟ ବହୁମାତ୍ରାରେ ବଢ଼ିଯାଇଛି ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ତେଲ ଆମଦାନି ୩୦ ପ୍ରତିଶତ ତଳକୁ ଖସିଆସିଛି।
‌ଦ ସେଣ୍ଟର ଫର୍‌ ରିସର୍ଚ୍ଚ ଅନ୍‌ ଏନର୍ଜି ଆଣ୍ଡ୍‌ କ୍ଲିନ ଏୟାର (ସିଆର୍‌ଇଏ)ର ହିସାବ ଅନୁଯାୟୀ, ୨୦୨୨ ଡିସେମ୍ବରରୁ ୨୦୨୬ ଅଗଷ୍ଟ ମଧ୍ୟରେ ରୁଷ୍‌ ତେଲ ରପ୍ତାନିର ପାଖାପାଖି ଅଧା ଚୀନକୁ ଯାଇଛି। ଏହା ପଛକୁ ଭାରତକୁ ୩୭ ପ୍ରତିଶତ ଅଶୋଧିତ ତେଲ ଆସିଥିବାବେଳେ ତୁର୍କୀକୁ ୫ ପ୍ରତିଶତ ଏବଂ ୟୁରୋପୀୟ ସଂଘକୁ ୫ ପ୍ରତିଶତ ଯାଇଛି। ଇରାନ-ଆମେରିକା ଯୁଦ୍ଧ ପରେ ଭାରତ ଏହାର ଅଶୋଧିତ ତେଲ ଆମଦାନିକୁ ବ୍ୟାପକ କରିଛି। ଆମେରିକା, ବ୍ରାଜିଲ, କାନାଡା, ଭେନଜୁଏଲା ଓ ଆଫ୍ରିକୀୟ ଦେଶରୁ ଅଶୋଧିତ ତେଲ କିଣୁଛି। ଏହା ସତ୍ତ୍ବେ ରୁଷ୍‌ରୁ ମଧ୍ୟ ଭାରତ ଅଧିକ ତେଲ କିଣୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.