ARTICLE AD BOX
ଭୁବନେଶ୍ୱର: ଓଡ଼ିଶାକୁ ସ୍ୱୟଂଚାଳିତ ଇଲେକ୍ଟ୍ରିକ୍ ଟ୍ରାକ୍ଟର, ଏଆଇ ସଫ୍ଟୱେର୍, ରୋବୋଟିକ୍ସ ଏବଂ ସ୍ମାର୍ଟ କୃଷି ପ୍ରଣାଳୀର ଏକ ଅତ୍ୟାଧୁନିକ ଉତ୍ପାଦନ ଓ ରପ୍ତାନି ହବ୍ ଭାବରେ ଗଢ଼ିତୋଳିବା ପାଇଁ ସିଲିକନ୍ ଭ୍ୟାଲିର ଉଚ୍ଚ-ପ୍ରଯୁକ୍ତିବିଦ୍ୟା ସଂସ୍ଥା 'ଫାର୍ମଏକ୍ସ' (FarmX) ରାଜ୍ୟ ସରକାରଙ୍କ ନିକଟରେ ₹୧,୦୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଉପସ୍ଥାପିତ କରିଛି।
Tata Power Investment ଓଡ଼ିଶାରେ ଟାଟା ପାୱାର ୫ ବର୍ଷରେ ୯୧୯୩ କୋଟି ଟଙ୍କା ପୁଞ୍ଜିନିବେଶ କରିବ
ଏହି ପ୍ରସଙ୍ଗରେ ଫାର୍ମଏକ୍ସର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରେମଲ ଅସର ଏବଂ ଏଆଇ ଓ ପ୍ରଡକ୍ଟ ଇଞ୍ଜିନିୟରିଂ ମୁଖ୍ୟ ଲଲିତ ଭଟ୍ଟଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି।
Odisha at UAE ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ୟୁଏଇରେ ‘ଦୁବାଇ ରୋଡ୍ସୋ’, ୪୦୦ ନିବେଶକ ଓ ବ୍ୟବସାୟୀଙ୍କ ଯୋଗଦାନ
ରାଜ୍ୟରେ ପ୍ରଯୁକ୍ତିବିଦ୍ୟା (Deep Technology)ର ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, କୃଷି ଓ ଉତ୍ପାଦନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା, ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରିକ୍ ଯାନ ଭଳି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କ ପାଇଁ ଉଚ୍ଚ-ଦକ୍ଷତାସମ୍ପନ୍ନ ନିଯୁକ୍ତି ସୃଷ୍ଟି ହେବା ସହ କୃଷକଙ୍କ ଆୟ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ଅଧୀନରେ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କ୍ୟାମ୍ପସ ସହ ସ୍ମାର୍ଟ କୃଷି କାର୍ଯ୍ୟକ୍ରମ ପ୍ରତିଷ୍ଠା କରାଯିବ, ଯାହା ୧,୧୨୦ଟି ପ୍ରତ୍ୟକ୍ଷ ଏବଂ ପ୍ରାୟ ୩,୭୦୦ଟି ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ଣ୍ଣ କ୍ଷମତାରେ ଏହି କ୍ୟାମ୍ପସରୁ ବାର୍ଷିକ ୧,୦୦୦ଟି ସ୍ୱୟଂଚାଳିତ ଇଲେକ୍ଟ୍ରିକ୍ ଟ୍ରାକ୍ଟର ଏବଂ ୧ ଲକ୍ଷ ଫିଲ୍ଡ-ସେନ୍ସିଂ ୟୁନିଟ୍ ଉତ୍ପାଦନ କରାଯାଇ ଭାରତ ଓ ବିଦେଶୀ ବଜାରକୁ ରପ୍ତାନି କରିବାର ଲକ୍ଷ୍ୟ ରଖାଯାଇଛି।
ଏହି ପ୍ରଯୁକ୍ତିବିଦ୍ୟା ଫାର୍ମଏକ୍ସର 'ଫାର୍ମମ୍ୟାପ୍' (FarmMap) ପ୍ଲାଟଫର୍ମ, ସାଟେଲାଇଟ୍ ଫୋଟ, ପେଟେଣ୍ଟପ୍ରାପ୍ତ 'ଓସମୋ' (OSMO) ମୃତ୍ତିକା ଆର୍ଦ୍ରତା ସେନ୍ସର ଏବଂ ଓଡ଼ିଆ ଭାଷାରେ ଉପଲବ୍ଧ ମୋବାଇଲ୍ ଆପ୍ ମାଧ୍ୟମରେ ଚାଷୀମାନଙ୍କୁ ଜଳସେଚନ, କୀଟନାଶକ ଓ ସାରର ସଠିକ୍ ବ୍ୟବହାର ସମ୍ପର୍କରେ ରିଅଲ-ଟାଇମ୍ ସୂଚନା ପ୍ରଦାନ କରିବ।

11 hours ago
2


