1,000 acres of land: ବିପଦ ବେଳେ ସବୁ ଏକାଠି: ହଜାରେ ଏକର ଜମିରୁ ପାଣି ନିଷ୍କାସନ

1 day ago 2
ARTICLE AD BOX

ବ୍ରହ୍ମପୁର (ରାକେଶ ରୋଶନ ମହାନ୍ତି): ଗଭୀର ଅବପାତର ଭୟଙ୍କର ପ୍ରଭାବ ଗଞ୍ଜାମ ଉପରେ ପଡ଼ିଛି। ତୁହାକୁ ତୁହା ବର୍ଷାରେ ପୂରା ଜିଲ୍ଲାରେ ଜଳବନ୍ଦି ସ୍ଥିତି। ତଳିଆ ଅଞ୍ଚଳରେ ସ୍ଥିତି ଏବେବି ଉଦ୍‌ବେଗଜନକ ରହିଛି। ହେଲେ ପ୍ରଶାସନିକ ଅଧିକାରୀ ଓ ଲୋକ ମିଶି ୧ ହଜାର ଏକର ଚାଷ ଜମିରୁ ପାଣି ବାହାର କରି ଟିମ୍‌ୱାର୍କର ପ୍ରମାଣ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ କୀର୍ତ୍ତିପୁର, ଗଉଞ୍ଜୁ ଓ ତାମ୍ପରା ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇଥିଲା। ବର୍ଷାପାଣି ନିଷ୍କାସନ ହୋଇ ନପାରି କୀର୍ତ୍ତିପୁର ନାଳରେ ଘାଇ ହୋଇଥିଲା। ନାଳ ପାଣି ବନ୍ଧ ଡେଇଁ ଲୋକଙ୍କ ଜମିରେ ପଶିଲା। ଫଳରେ ୧ ହଜାରରୁ ଅଧିକ ଏକର ଚାଷଜମି ଜଳମଗ୍ନ ହୋଇଯାଇଥିଲା। ଦୁଇଦିନ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁଁ ସମସ୍ତେ ନିରୁପାୟ ଥିଲେ।

Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା

ଆଜି କନିଷି ଗସ୍ତରେ ଥିବା ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍‌ ଖବର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ନାଳ ସେତୁ ତଳେ ଦଳ ଓ ଅନ୍ୟାନ୍ୟ ମଇଳା ଜମି ସ୍ଥିତି ଜଟିଳ ଥିବା ଦେଖିବାକୁ ମିଳିଥିଲା। ଏହାକୁ ତୁରନ୍ତ ସଫେଇ କରିବାକୁ ଜିଲ୍ଲାପାଳ ଅଣ୍ଟା ଭିଡ଼ିଥିଲେ। ଡ୍ରେନେଜ୍‌ ବିଭାଗ, ବ୍ରହ୍ମପୁର ମହାନଗର ନିଗମ, ଗ୍ରାମ୍ୟ ଉନ୍ନୟନ ଓ ଅନ୍ୟ ବିଭାଗର ସହଯୋଗ ଲୋଡ଼ାଗଲା। ଜିଲ୍ଲାପାଳଙ୍କ ନେତୃତ୍ୱରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ୱଜିତ ରାୟ ଓ ତହସିଲଦାର କବିରାଜ ପ୍ରଧାନ ପ୍ରମୁଖ ସଫେଇ ଅଭିଯାନର ମଙ୍ଗ ଧରିଲେ। ମେସିନ୍‌ ଲଗାଇ ପ୍ରଥମେ ଦଳ ସଫା କରାଯାଇଥିଲା।

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

ପରେ ଅଧିକାରୀଙ୍କ ସହ ସ୍ଥାନୀୟ ଅଞ୍ଚଳର ଲୋକ ବି ମିଶି ଯାଇଥିଲେ। ସମସ୍ତେ ମିଶି ଠିକ୍ ସମୟରେ ସଫେଇ କରିବା ଦ୍ୱାରା ହଜାରେ ଏକରରୁ ଅଧିକ ଚାଷଜମିରୁ ପାଣି ନିଷ୍କାସନ ସମ୍ଭବ ହୋଇପାରିଛି। ଫଳରେ ଧାନଚାଷ ନଷ୍ଟରୁ ଚାଷୀ ଆଶ୍ୱସ୍ତ ହୋଇଛନ୍ତି। ଆସନ୍ତାକାଲି ସେଠାରେ କ୍ଷୟ କ୍ଷତି ଆକଳନ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ଏହା ଏକ ଟିମ ୱାର୍କ। ଲୋକମାନେ ବହୁତ ସହଯୋଗ କରିଛନ୍ତି। ଏବେ ସ୍ଥିତିରେ ସୁଧାର ଆସିଛି। ବର୍ଷା ନ ହେଲେ ବିପଦ ଟଳିଯିବ ବୋଲି ଆଶା କରୁଛୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.